Categories: ଜାତୀୟ

ଗୁରୁଦିବସରେ ମୋଦି କହିଲେ ଶିକ୍ଷକ ଆମର ହିରୋ

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦିବସ ଅବସରରେ ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଯୋଗଦାନର ପ୍ରଶଂସା କରିଛନ୍ତି। ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ଶିକ୍ଷକଙ୍କର ଯେଉଁ ଭୂମିକା ରହିଛି ସେଥିପାଇଁ ଦେଶ ତାଙ୍କ ନିକଟରେ ଋଣି ରହିବ। ଶିକ୍ଷକ ଦେଶର ଭିବଷ୍ୟତ ଗଢୁଥିବାରୁ ସେ ଆମର ପ୍ରକୃତ ହିରୋ। ତେଣୁ ଏମାନଙ୍କ ପ୍ରତି କୃତଜ୍ଞତା ରହିବା ଉଚିତ। ଗୁରୁଦିବସ ଅବସରରେ ମୋଦି ଟୁଇଟ୍‌ କରି ଏହା କହିଛନ୍ତି। ଏହି ଅବସରରେ ମୋଦି ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Share