ଏହି ପାକିସ୍ତାନୀ ମହିଳା ୨୬ ବର୍ଷ ଧରି ମୋଦିଙ୍କ ହାତରେ ବାନ୍ଧି ଆସୁଛନ୍ତି ରାଖୀ, ଏଥର ବି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ୨୬ ବର୍ଷ ଧରି ଜଣେ ପାକିସ୍ତାନୀ ମହିଳା ରାଖୀ ବାନ୍ଧି ଆସୁଛନ୍ତି। ତାଙ୍କ ନାମ କମର ଜହାଁ। ସେ ମୋଦିଙ୍କ ପାଇଁ ବହୁତ ସୁନ୍ଦର ରାଖୀ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି। ରାଖୀ ସହିତ ଭଉଣୀ-ଭାଇଙ୍କ ପ୍ରେମ ଭରା ବାର୍ତ୍ତା ବି ଲେଖନ୍ତି। ଦୁହିଁଙ୍କ ମଧ୍ୟରେ ୨୬ ବର୍ଷର ସମ୍ପର୍କ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବି ଏହି ସମ୍ପର୍କ ଅତୁଟ ରହିଛି।

କମର କୁହନ୍ତି, ତାଙ୍କର ଏହି ସମ୍ପର୍କ ଦୀର୍ଘ ୨୬ ବର୍ଷର ପୁରୁଣା। ମୋଦି ସେତେବେଳେ ଭାଜପାର ଜେନେରାଲ ସେକ୍ରେଟାରୀ ଥିଲେ, ସେହି ସମୟରୁ କମର ତାଙ୍କ ହାତରେ ରାଖୀ ବାନ୍ଧି ଆସୁଛନ୍ତି।

ସେଥିପାଇଁ କମରଙ୍କୁ ମୋଦିଙ୍କ ପାକିସ୍ତାନୀ ଭଉଣୀ କୁହାଯାଏ। କାରଣ ତାଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା। କିନ୍ତୁ ତାଙ୍କ ବିବାହ ଭାରତୀୟ ପେଣ୍ଟର ମୋହସିନ୍‌ ଶେଖଙ୍କ ସହିତ ହୋଇଥିଲା। ଗତବର୍ଷ ମୋଦି କରୋନା ମହମାରୀ ଯୋଗୁ ରାଖୀ ବାନ୍ଧିପାରି ନ ଥିଲେ। ତେଣୁ କମର ଡାକରେ ମୋଦିଙ୍କ ନିକଟକୁ ରାଖି ପଠାଇଥିଲେ।

କମରଙ୍କ ସ୍ବାମୀ ମୋହସିନ୍‌ ଏବଂ ମୋଦି ଦୁହେଁ ଦୁହିଁଙ୍କର ଭଲ ସାଙ୍ଗ। କମର କୁହନ୍ତି, ପ୍ରଥମେ ତାଙ୍କ ସହ ଦିଲ୍ଲୀରେ ସାକ୍ଷାତ ହୋଇଥିଲା। ସେତେବେଳେ ସେ ତାଙ୍କୁ ଭଉଣୀ କହି ସମ୍ବୋଧନ କରିଥିଲେ। ମୋର କେହି ଭାଇ ନାହାନ୍ତି। ସେତେବେଳେ ରାଖୀ ପୂର୍ଣ୍ଣିମା ପଡ଼ିଥିଲା। ମୋଦି ଭାଇଙ୍କୁ ରାଖୀ ବାନ୍ଧିବାକୁ ମୋର ଇଚ୍ଛା ହେଲା । ସେହିଦିନଠାରୁ ମୋଦିଙ୍କ ହାତରେ ରାଖୀ ବାନ୍ଧି ଆସୁଛନ୍ତି କମର। ଏଥର ସେ କହିଛନ୍ତି, ମୁଁ ଏବର୍ଷ ଯେମିତି ହେଲେ ମୋଦି ଭାଇଙ୍କୁ ରାଖୀ ବାନ୍ଧିବାକୁ ଯିବି।

Share