Categories: ଜାତୀୟ

୮ବର୍ଷରେ ମୁଣ୍ଡ ନୁଆଇଁ ନାହୁଁ, ଗରିବଙ୍କ ପାଇଁ ଖୋଲିଛୁ ଅନ୍ନ ଭଣ୍ଡାର: ମୋଦି

ଗାନ୍ଧିନଗର,୨୮ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତ କରିଛନ୍ତି । ରାଜକୋଟରେ ସେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଗୁଜରାଟର ଲୋକେ ମୋତେ ବହୁତ କିଛି ଶିଖାଇଛନ୍ତି । ଏହାସହ ଗତ ୮ ବର୍ଷର ଶାସନ କାଳ ଭିତରେ ମୋଦି ତାଙ୍କ କାର୍ଯ୍ୟକୁ ନେଇ ଆଲୋଚନା ବି କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ମହାମାରୀ ସମୟରେ ଆମେ ଲୋକଙ୍କୁ ସୁବିଧା ଦେବା କାମ କରିଛୁ । ଭ୍ୟାକ୍ସିନ ପାଇଁ କୌଣସି ଭାରତୀୟଙ୍କୁ ଗୋଟିଏ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିନାହିଁ । ୮ ବର୍ଷ ମଧ୍ୟରେ କୌଣସି ଭାରତୀୟଙ୍କ ମୁଣ୍ଡ ନୁଆଁଇବାକୁ ଦେଇନୁ । ୮ ବର୍ଷ ମଧ୍ୟରେ ଭୁଲରେ ବି ଏମିତି କିଛି କାମ କରାଯାଇନାହିଁ ଯାହା ପାଇଁ ଦେଶ ବା ଦେଶବାସୀଙ୍କୁ ମୁଣ୍ଡ ନୁଆଇଁବାକୁ ପଡିଛି । ଚଳିତ ବର୍ଷ ଆମେ ଗରିବଙ୍କ ସେବା, ସୁଶାସନ ଓ କରିବ କଲ୍ୟାଣକୁ ସର୍ବୋଚ୍ଚ ପ୍ରଥମିକତା ଦେଇଛୁ । ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ରରେ ଚାଲି ଆମେ ଦେଶକୁ ବିକାଶର ନୂଆ ଗତି ଦେଇଛୁ ।
ଏହି ଅବସରରେ ମୋଦି ରୁଷିଆ-ୟୁକ୍ରେନ ଯୁଦ୍ଧ କଥା ବି ଉଠାଇଥିଲେ । ସେ କହିଥିଲେ ଯୁଦ୍ଧ ଯୋଗୁ ସାରା ବିଶ୍ୱ କିଛି ନା କିଛି ସମସ୍ୟା ମଧ୍ୟରେ ପଡିଯାଇଥିବା ବେଳେ ଆମେ କିନ୍ତୁ ଦେଶବାସୀଙ୍କ ସମସ୍ୟାକୁ ଯଥା ସମ୍ଭବ କମ କରିବାକୁ ଚେଷ୍ଟା କରିଛୁ ବୋଲି ମୋଦି କହିଛନ୍ତି ।
ଏହ ଅବସରରେ ମୋଦି ଜନଧନ ଯୋଜନା, ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ଆଦି କଥା ଆଲୋଚନା କରିବା ସହ, କରୋନା ମହାମାରୀ ସମୟରେ ଗରିବଙ୍କୁ ଖାଦ୍ୟ ଯୋଗାଇବାକୁ ଦେଶର ଅନ୍ନ ଭଣ୍ଡାର ଖୋଲି ଦେଇଥିଲୁ ବୋଲି ମୋଦି କହିଛନ୍ତି ।

Share