Categories: ଜାତୀୟ

”କଂଗ୍ରେସ ପାଇଁ ନିଜ ପରିବାରଠୁ ବଡ଼ କିଛି ନାହିଁ, ସବୁ ଯୋଜନା ନିଜ ନାମରେ କରନ୍ତି”: ପ୍ରଧାନମନ୍ତ୍ରୀ ମୋଦି

ମଧ୍ୟପ୍ରଦେଶ,୫/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶର ଶିବାନୀରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି ଯେ, କଂଗ୍ରେସ ପାଇଁ ପରିବାରଠୁ ବଡ଼ କିଛି ନାହିଁ। ଯେଉଁଠାରେ କଂଗ୍ରେସ ରୁହେ ସେଠାରେ ସରକାରୀ ଯୋଜନା, ରାସ୍ତା, ଗଳି, ସବୁକିଛି ତାଙ୍କର ପରିବାର ନାମରେ କରିଦିଅନ୍ତି। ମଧ୍ୟପ୍ରଦେଶ ନିର୍ବାଚନୀ ଇସ୍ତାହାରରେ ମଧ୍ୟ କେବଳ ଗୋଟିଏ ପରିବାର ଦେଖିବାକୁ ମିଳୁଛି। କିନ୍ତୁ ଭାଜପା ପାଇଁ ଗରିବ, ପଛୁଆ ବର୍ଗ, ଆଦିବାସୀ ତାର ପରିବାର ସଦସ୍ୟ ଅଟେ। ଏଠାରେ ଟାଇବା ସମସ୍ତ ଲୋକେ ମୋର ପରିବାର ଜଣ ବୋଲି ସେ କହିଥିଲେ।

ଏହି ଅବସରରେ ମୋଦି କହିଛନ୍ତି ସମଗ୍ର ମଧ୍ୟପ୍ରଦେଶ ଭାଜପା ସରକାର ଚାହୁଁଛି। ରାଜ୍ୟରେ ଲୋକମାନେ କହୁଛନ୍ତି କି, ଭାଜପା ଅଛି ତ ଭରସା ଅଛି, ଭାଜପା ଅଛି ତ ବିକାଶ ଅଛି ଏବଂ ଭାଜପା ଅଛି ତ ଭଲ ଭବିଷ୍ୟତ ରହିଛି। ତେଣୁ ଲୋକମାନେ ଏହା ଗ୍ୟାରେଣ୍ଟି ଦେଉଛନ୍ତି ଯେ, ରାଜ୍ୟରେ ପୁଣିଥରେ ବିଜେପି ବିଜୟୀ ହେବ।

Share