ନୂଆଦିଲ୍ଲୀ,୬ ।୧୨: ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ସୋମବାର ସାକ୍ଷାତ୍କାର ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏଇ କିଛି ବର୍ଷ ମଧ୍ୟରେ ଦୁଇ ଦେଶର ସମ୍ପର୍କ ମଜଭୁତ ହୋଇଛି । କରୋନା ବିରୋଧରେ ଲଢିବାକୁ ରୁଷିଆର ସହଯୋଗ ମିଳିଛି । ପ୍ରତିରକ୍ଷା କ୍ଷେତ୍ରରେ ବି ରୁଷିଆର ସହଯୋଗ ଭାରତକୁ ମିଳିଛି । ଫଳରେ ଉଭୟ ଦେଶର ସମ୍ପର୍କ ସମ୍ପର୍କ ଦୃଢ ହେଉଛି । କରୋନା ମହାମାରୀ ମଧ୍ୟରେ ଅନେକ କିଛି ବଦଳିଛି ହେଲେ ରୁଷିଆ-ଭାରତର ସମ୍ପର୍କ ଦୃଢ ହୋଇଛି ।