Categories: ଜାତୀୟ

ଗୁଡ୍‌ ଫ୍ରାଇଡେ’ରେ ଯିଶୁଖ୍ରୀଷ୍ଟଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଡ୍‌ ଫ୍ରାଇଡେ’ ଅବସରରେ ଯିଶୁ ଖ୍ରୀଷ୍ଟଙ୍କୁ ମନେପକାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଗୁଡ୍‌ ଫ୍ରାଇଡେ’ରେ ଯିଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଉଛୁ। ସେ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ, ତଥାପି ସେବା ଏବଂ ନିଜର ଆଦର୍ଶରୁ ସେ କେବେ ବି ପଛଘୁଞ୍ଚା ଦେଇନଥିଲେ। ପ୍ରଭୁ ଖ୍ରୀଷ୍ଟଙ୍କ ଚିନ୍ତାଧାରା ଲୋକଙ୍କୁ ପ୍ରେରଣା ଯୋଗାଉଥିବ।

Share