Categories: ଜାତୀୟ

‘ଆଜି ବିଶ୍ୱ ଭାରତକୁ ଶୁଣୁଛି’, ତିନି ଦେଶର ଯାତ୍ରାରୁ ଫେରି ମୋଦି କହିଲେ, ଏହା ୟଶ ମୋଦିଙ୍କର ନୁହେଁ

ନୂଆଦିଲ୍ଲୀ,୨୫।୫: ତିନୋଟି ଦେଶର ଯାତ୍ରା ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସେ ଦିଲ୍ଲୀର ପାଲମ ଏୟାରପୋର୍ଟରେ ପହଞ୍ଚିବା ପରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଭାଜପାର ନେତା ଓ କର୍ମୀ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ବିଶ୍ୱର ବିଭିନ୍ନ ଦେଶକୁ ଯାଇ, ବିଶ୍ୱର ମହାପୁରୁଷଙ୍କୁ ଭେଟି ହିନ୍ଦୁସ୍ତାନର ସାମର୍ଥ୍ୟର କଥା କହେ। ମୋ ଦେଶର ମହାନ ସଂସ୍କୃତିର ଗୌରବଗାନ କରି ମୁଁ ଆଖି ତଳକୁ କରି ନ ଥାଏ, ଆଖିରେ ଆଖି ମିଶାଇ କଥା ହୋଇଥାଏ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ଏହି ସାମର୍ଥ୍ୟ ଏଇଥିପାଇଁ କାରଣ ଆପଣ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିଛନ୍ତି। ଯେତେବେଳେ ମୁଁ କହୁଛି ସେତେବେଳେ ବିଶ୍ୱକୁ ଲାଗୁଛି କି ୧୪୦କୋଟି ଲୋକ କହୁଛନ୍ତି। ଯେତିକି ସମୟ ଥିଲା ତାହା ମୁଁ ଦେଶ ବିଷୟରେ କହିବାକୁ ବ୍ୟବହାର କଲି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣଙ୍କୁ ମଧ୍ୟ ସମାନ କଥା କହିବି ଯେ ଭାରତର ସଂସ୍କୃତି ଏବଂ ମହାନ ପରମ୍ପରା ବିଷୟରେ କହିବାବେଳେ ଦାସତ୍ୱର ମାନସିକତାରେ କେବେବି ବୁଡ଼ି ଯାଆନ୍ତୁ ନାହିଁ, ସାହସର ସହିତ କୁହନ୍ତୁ। ବିଶ୍ୱ ଶୁଣିବାକୁ ଆଗ୍ରହୀ। ବିଶ୍ୱ ମଧ୍ୟ ମୋ ସହିତ ଥିବା ପରି ମନେହୁଏ ଯେତେବେଳେ ମୁଁ କହିବି ଯେ ଆମର ତୀର୍ଥସ୍ଥାନ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ।

ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଯୋଗଦେବା ଗର୍ବର ବିଷୟ, କିନ୍ତୁ ଭାରତୀୟ ସମ୍ପ୍ରଦାୟର ଏହି କାର୍ଯ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ, ସେଠାରେ ସାଂସଦ ମଧ୍ୟ ଥିଲେ। ବିରୋଧୀ ସମସ୍ତେ ଏକତ୍ରିତ ହୋଇଥିଲେ। ଏହି ଖ୍ୟାତି ମୋଦିଙ୍କର ନୁହେଁ, ବରଂ ଭାରତର ଉଦ୍ୟମ। ଏହା ୧୪୦ କୋଟି ଭାରତୀୟଙ୍କ ଆତ୍ମା ସହିତ ସମ୍ପୃକ୍ତ ।

Share