Categories: ଜାତୀୟ

ବାରାଣସୀରେ ମୋଦିଙ୍କ ୩ କି.ମି ଲମ୍ବା ରୋଡ ଶୋ’

ବାରାଣସୀ,୪।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବେ ଶେଷ ହେବାକୁ ଯାଉଛି। ପୂର୍ବରୁ ନିର୍ବାଚନର ୬ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଏବେ କେବଳ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି। ମାର୍ଚ୍ଚ ୭ରେ ଶେଷ ମତଦାନ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଏହାର ଫଳାଫଳ ବାହାରିବ। ଏହା ପୂର୍ବରୁ ଭାଜପା ନିଜର ସବୁ ବଳ ଲଗାଇଦେଇଛି। ବାରାଣସୀରେ ନିର୍ବାଚନୀ ପ୍ରଚାରକୁ ଭାଜପା ପକ୍ଷରୁ ଜୋରଦାର କରିଛି। ଇତିମଧ୍ୟରେ ଭାଜପାର ଷ୍ଟାର ପ୍ରଚାରକ ସାଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରେ ପହଞ୍ଚି ରୋଡ ଶୋ’ ଆରମ୍ଭ କରିଛନ୍ତି। ଗୋଡୋଲିଆରେ ସର୍ଦ୍ଦାର ପଟେଲଙ୍କ ମୂର୍ତ୍ତିରେ ମୋଦି ମାଲ୍ୟାର୍ପଣ କରି ରୋଡ ଶୋ’ ଆରମ୍ଭ କରିଛନ୍ତି। ମୋଦି ମଲଦହିଆରୁ ଗୋଡୋଲିଆ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ଲମ୍ବା ରୋଡ ଶୋ’ କରିଥିବା ଦେଖିବାକୁ ମିଳିଛି। ଏହି ରୋଡ ଶୋ’ବାବା ବିଶ୍ୱନାଥ କରିଡର ପର୍ଯ୍ୟନ୍ତ ଯିବ। ଯେଉଁଠାରେ ସେ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିବେ। ବାରାଣସୀର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ୟାଣ୍ଟ, ସିଟି ନର୍ଥ ଏବଂ ସିଟି ସାଉଥ୍‌ରେ ରୋଡ ଶୋ’ କରି ମୋଦି ଭାଜପା ସପକ୍ଷରେ ଭୋଟ ହାତେଇବାକୁ ଚେଷ୍ଟା କରିଛନ୍ତି।

Share