Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟଣା: ମାମଲା ରୁଜୁ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ପଞ୍ଜାବର ମୁଖ୍ୟ ସଚିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ମାମଲାରେ ପୋଲିସ ମାମଲା ରୁଜୁ ହୋଇଛି ବୋଲି ସଚିବ ଗୃହ ମନ୍ତ୍ରଣାଳୟକୁ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟ ସରକାର ମଧ୍ୟ ଏହାର ଅନୁସନ୍ଧାନ ପାଇଁ ଏକ କମିଟି ଗଠନ କରିଛନ୍ତି। ତିନି ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୩ ଜଣିଆ ଟିମ ଗଠିତ ହୋଇଥିବା ବେଳେ ରାଜ୍ୟ ବି ଗଠନ କରିଛି ୩ ଜଣିଆ ପ୍ୟାନେଲ।

ସୂଚନାଯୋଗ୍ୟ,ଦୁଇ ଦିନ ତଳେ ଭାରତ-ପାକିସ୍ତାନ ସୀମା ଫିରୋଜପୁର ନିକଟ ଓଭରବ୍ରିଜ ଉପରେ ପ୍ରଧାନମନ୍ତ୍ରୀଙ୍କ ଗାଡି ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ ଆଗକୁ ବଢିପାରି ନ ଥିଲା ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ।

 

Share