Categories: ଖେଳ

‘ଯାହାକୁ ଏଭଳି ମା’ ମିଳିଛି, ସେ କେବେ ବି ବିଫଳ ହୋଇପାରିବ ନାହିଁ’; ପନ୍ତଙ୍କୁ ଏଭଳି କହି…

ନୂଆଦିଲ୍ଲୀ,୫।୭: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବା ପରେ ସ୍ବଦେଶ ଫେରିଛି। ଗୁରୁବାର ଦଳର ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ସମସ୍ତେ ନିଜର ପ୍ରଦର୍ଶନ ଉପରେ ଚର୍ଚ୍ଚା କରିଥିଲେ। ବିଶେଷକରି ଟିମ୍‌ ଇଣ୍ଡିଆ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଋଷଭ ପନ୍ତଙ୍କ ସହ ଆଲୋଚନା ସମୟରେ ମୋଦି ପୁରୁଣା ଦିନକୁ ମନେ ପକାଇଥିଲେ। ଦୁର୍ଘଟଣାରେ ଆହତ ହେବା ପରେ ସେ ଯେତେବେଳେ ପନ୍ତଙ୍କ ମା’ଙ୍କ ସହ କଥା ହୋଇଥିଲେ ସେତେବେଳେ ତାଙ୍କୁ ବିଶ୍ୱାସ ହୋଇଯାଇଥିଲା ଯେ ପନ୍ତ କୁଶଳତାର ସହ ମଇଦାନକୁ ପୁଣି ଫେରିବେ ବୋଲି ମୋଦି କହିଛନ୍ତି।
ପନ୍ତ ମୋଦିଙ୍କୁ କହିଥିଲେ, ଦୁର୍ଘଟଣା ପରର ଦିନଗୁଡ଼ିକ କଷ୍ଟକର ଥିଲା। ମୋ ସାମ୍ନାରେ ପୁଣିଥରେ ଉଇକେଟକିପର୍‌ ଭାବେ ଦାୟିତ୍ୱ ତୁଲାଇବାର ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଥମେ ସୁସ୍ଥ ହୋଇ ମଇଦାନକୁ କେବେ ଫେରିବି ଦିନ ଗଣୁଥିଲି। ଏମିତିରେ ଆପଣ ମା’ଙ୍କ ସହ କଥା ହେବା ବଳ ଦେଇଥିଲା। ବହୁତ କିଛି ଚିନ୍ତା ରହିଥିଲେ ହେଁ ଆପଣଙ୍କ ସହ କଥା ହେବା ପରେ ସବୁକିଛି ଦୂର ହୋଇଯାଇଥିଲା ବୋଲି ସେ କହିଥିଲେ।
ଏହାପରେ ମୋଦି ପନ୍ତଙ୍କ ମା’ଙ୍କ ସହ ଫୋନ୍‌ କଲ୍‌ରେ ହୋଇଥିବା କଥା ବିଷୟରେ ଚର୍ଚ୍ଚା କରିଥିଲେ। ସେ କହିଥିଲେ, ପୂର୍ବରୁ ମୁଁ ଡାକ୍ତରମାନଙ୍କ ସହ କଥା ହୋଇ ସାରିଥିଲି। ମା’ଙ୍କୁ ପଚାରିଥିଲି ଯେ କ’ଣ ପୁଅଙ୍କୁ ବିଦେଶକୁ ନେଇଯିବାର ଆବଶ୍ୟକତା ରହିଛି। ହେଲେ ମୁଁ ତାଙ୍କୁ ନୁହେଁ ବରଂ ସେ ମୋଦି ସାନ୍ତ୍ୱନା ଦେବା ଭଳି ଲାଗିଥିଲା। ସେତେବେଳଠାରୁ ମୋତେ ଲାଗିଥିଲା ଯେ ଯାହାକୁ ଏଭଳି ମା’ ମିଳିଛି ସେ କେବେ ବିଫଳ ହୋଇପାରିବ ନାହିଁ।

Share