Categories: ଜାତୀୟ

ମାତ୍ର ଏତିକି ଘଣ୍ଟା ଶୋଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ପୁଣେ,୨୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ମାତ୍ର ୨ ଘଣ୍ଟା ଶୋଉଛନ୍ତି ବାକି ୨୨ ଘଣ୍ଟା ସେ କାମ କରୁଛନ୍ତି ବୋଲି ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି। କୋଲହାପୁର ଉତ୍ତର ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ଭାଜପା କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ପାଟିଲ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ପ୍ରଧାନମନ୍ତ୍ରୀ ପ୍ରତିଦିନ ମାତ୍ର ଦୁଇ ଘଣ୍ଟା ଶୋଉଛନ୍ତି। ସେ ଏକ ପରୀକ୍ଷଣ କରୁଛନ୍ତି, ଯାହା ଦ୍ୱାରା ତାଙ୍କୁ ଶୋଇବା ଆବଶ୍ୟକ ନାହିଁ। ଦେଶ ପାଇଁ ୨୪ ଘଣ୍ଟା କାମ ଜାରି ରଖିବା ଉଦ୍ଦେଶ୍ୟରେ ସେ ଏହା କରୁଛନ୍ତି। ପ୍ରଧାନମନ୍ତ୍ରୀ ଗୋଟିଏ ମିନିଟ୍‌ ବି ନଷ୍ଟ କରନ୍ତି ନାହିଁ। ଦେଶ ପାଇଁ ପ୍ରତି ମିନିଟରେ କାମ କରନ୍ତି। ସେ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରନ୍ତି ଏବଂ ଦେଶର କୌଣସି ଦଳରେ ଘଟୁଥିବା ଘଟଣା ବିଷୟରେ ଅବଗତ ଥାନ୍ତି ବୋଲି ପାଟିଲ କହିଛନ୍ତି।

Share