Categories: ଜାତୀୟ

ପରାଜୟର କ୍ରୋଧ ସଂସଦରେ ପ୍ରକାଶ କରିବା ଉଚିତ୍‌ ନୁହେଁ: ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୧୨: ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ହେଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି। ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ସେ କହିଛନ୍ତି, ଦେଶ ନକାରାତ୍ମକତାକୁ ପ୍ରତ୍ୟାଖ୍ୟାନ କରିଛି।

ବିରୋଧୀଙ୍କ ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି , ଯେଉଁମାନେ ହାରିଛନ୍ତି ସେମାନେ ସଂସଦରେ ପରାଜୟକୁ ନେଇ କ୍ରୋଧ ପ୍ରକାଶ କରିବା ଉଚିତ୍‌ ନୁହେଁ। ଏହା ସହିତ ସେ ବିରୋଧୀଙ୍କ ମହତ୍ତ୍ୱ ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ଉଭୟ ଦଳ ଏବଂ ବିରୋଧୀ ସମାନ ଗୁରୁତ୍ୱପୂର୍ଣ୍ଣ। ଏହି ନିର୍ବାଚନ ଫଳାଫଳକୁ ଦେଶ ଆଗରେ ସକରାତ୍ମକ ଭାବରେ ଉପସ୍ଥାପନ କରିବାକୁ ସେ ରାଜନୈତିକ ବିଶ୍ଳେଷକଙ୍କୁ ମଧ୍ୟ ନିବେଦନ କରିଛନ୍ତି।

Share