Categories: ଜାତୀୟ

୭୦ ହଜାର ଯୁବବର୍ଗଙ୍କୁ ମିଳିଲା ଆପଏଣ୍ଟମେଣ୍ଟ ଲେଟର, ମୋଦି କହିଲେ ଭାଜପା ଶାସିତ ରାଜ୍ୟରେ ମିଳୁଛି ରୋଜଗାର

ନୂଆଦିଲ୍ଲୀ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୦ ହଜାର ଯୁବବର୍ଗଙ୍କୁ ଆପଏଣ୍ଟମେଣ୍ଟ ଲେଟର ଦେଇଛନ୍ତି।ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ ୧୦ଟା ୩୦ରେ ଭିଡିଓ କନଫରେନସିଂ ଜରିଆରେ ୭୦,୦୦୦ ନବ ନିଯୁକ୍ତ ଭର୍ତ୍ତି ପ୍ରାର୍ଥିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ରିଛନ୍ତି। ଏହି ଯୁବବର୍ଗଙ୍କୁ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ଦିଆଯାଇଛି। ଏହି ସମୟରେ ମୋଦି କହିଛନ୍ତି, ରୋଜଗାର ମେଳା ଏନଡିଏ ଓ ଭାଜପା ସରକାର ପାଇଁ ନୂଆ ପରିଚୟ ହୋଇଯାଇଛି।

ମୋଦି ଆହୁରି ମଧ୍ୟ କହିଛନ୍ତି, ଖୁସି ଲାଗୁଛି କି ଭାଜପା ଶାସନ ସରକାରରେ ଲାଗାତାର ଏମିତି ରୋଜଗାର ମେଳାର ଆୟୋଜନ କରାଯାଉଛି। ଯେଉଁମାନେ ଏବେ ସରକାରୀ ଚାକିରି କରୁଛନ୍ତି, ସେମାନଙ୍କ ପାଇଁ ଏହା ମହତ୍ୱପୂର୍ଣ୍ଣ ସମୟ। ଆପଣଙ୍କ ସାମ୍ନାରେ ଆଗାମି ୨୫ ବର୍ଷ ମଧ୍ୟରେ ଭାରତକୁ ବିକଶିତ କରିବାର ଲକ୍ଷ୍ୟ ରହିଛି।

Share