Categories: ଜାତୀୟ

କାହାର ଭବିଷ୍ୟବାଣୀରେ ଖୁସି ହୋଇଗଲେ ମୋଦି, ରାଜ୍ୟ ସଭାରେ କହିଲେ…

ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାଜ୍ୟ ସଭାରେ ଅଭିଭାଷଣରେ ତାଙ୍କୁ ଲଗାତାର ୧୦ ବର୍ଷ କ୍ଷମତାରେ ରଖିଥିବାରୁ ଏବଂ ତାଙ୍କୁ ତୃତୀୟ ଥର ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୧୦ ବର୍ଷର ଅବିଭକ୍ତ ସେବା ପରେ ଦେଶର ଲୋକମାନେ ପୁଣିଥରେ ଆଶୀର୍ବାଦ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ୧୦ ବର୍ଷ ପରେ, ଗୋଟିଏ ସରକାର କ୍ରମାଗତ ଭାବେ ଫେରିଛନ୍ତି ଏବଂ ମୁଁ ଜାଣେ ଯେ ଭାରତୀୟ ଗଣତନ୍ତ୍ରରେ ୬ ଦଶନ୍ଧି ପରେ ଏହି ଘଟଣା ଘଟିଛି, ଏହା ଏକ ଅସାଧାରଣ ଘଟଣା। ଆମର ଜଣେ ସହକର୍ମୀ (ତାଙ୍କ ଦଳକୁ ସମର୍ଥନ କରୁନଥିବା) କହିଥିଲେ, ଆମ ସରକାର ତୃତୀୟ ଥର ଆସିବ ନାହିଁ। ଏହାଠାରୁ ବଡ଼ ସତ୍ୟ କ’ଣ ହୋଇପାରେ., ଆମର ୧୦ ବର୍ଷ ହୋଇଛି। ଆଉ ୨୦ ବାକି ଅଛି। ଏକ ତୃତୀୟାଂଶ ଘଟିଛି, ଦୁଇ ତୃତୀୟାଂଶ ଆହୁରି ବାକି ରହିଛି। ତେବେ ଯୋଉଁମାନେ ଭବିଷ୍ୟବାଣୀ କରିଥିଲେ ସେମାନଙ୍କ ପାଟିରେ ଘିଅ ଏବଂ ଚିନି ଅଛି।

 

Share