Categories: ଜାତୀୟ

କ୍ଷେତ ବୁଲି ଚଣା ଖାଇଲେ ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ହାଇଦ୍ରାବାଦ ଗସ୍ତରେ ଥିଲେ। ସେ ଅଇସିଆର୍‌ଆଇଏସ୍‌ଏଟ(ICRISAT)ର ୫୦ତମ ବାର୍ଷିକ ଉତ୍ସବ ଯୋଗଦେବାକୁ ଆସିଥିଲେ। ହାଇଦ୍ରାବାଦର ଅନ୍ତର୍ଜାତୀୟ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କ୍ୟାମ୍ପସ ପରିଦର୍ଶନ କରି ଚାଷ ଜମିରୁ କିଛି ଚଣା ଛଡାଇ ଖାଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ସେ ଏକ କ୍ଷେତରେ ଫସଲ ଦେଖୁଥିବାର ଦେଖାଯାଉଛି। ଏହା ପରେ, ସେ କ୍ଷେତରେ ବୁଲୁଥିବାବେଳେ ଚଣାଗଛ ଦେଖି ଅଟକି ଯାଇଥିଲେ। ସେଠାରୁ କିଛି ଚଣା ଆଣି ଖାଇଥିଲେ। ମୋଦି ଏହାର ଫଟୋ ମଧ୍ୟ ନିଜ ଟୁଇଟ୍‌ରେ ଶେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ICRISATର ଜଳବାୟୁ ପରିବର୍ତ୍ତନ ଅନୁସନ୍ଧାନ ସୁବିଧାକୁ ଉଦଘାଟନ କରିଛନ୍ତି। ଏହି ସମୟରେ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ଏକ ସ୍ମରଣୀୟ ଡାକ ଷ୍ଟାମ୍ପ ମଧ୍ୟ ରିଲିଜ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମର ଧ୍ୟାନ ୮୦ ପ୍ରତିଶତରୁ ଅଧିକ କ୍ଷୁଦ୍ର ଚାଷୀଙ୍କ ଉପରେ ରହିଛି। ପରିବର୍ତ୍ତିତ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଡିଜିଟାଲ କୃଷି। ୟୁନିଅନ ବଜେଟ ୨୦୨୨-୨୩ ପ୍ରାକୃତିକ ଚାଷ ଏବଂ ଡିଜିଟାଲ କୃଷି ଉପରେ ଧ୍ୟାନ ଦେଇଛି ବୋଲି ସେ କହିଛନ୍ତି।

Share