ନୂଆଦିଲ୍ଲୀ,୧।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସାରା ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଆଜି ଦେଶର ହଜାର ହଜାର ଲୋକ ଏହି ସ୍ବଚ୍ଛତା ଅଭିଯାନରେ ଭାଗ ନେଇଥିଲେ। ଦେଶବ୍ୟାପୀ ସ୍ବଚ୍ଛତା ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ଉପରେ, ନେତାଙ୍କଠାରୁ ଆରମ୍ଭ କରି ଛାତ୍ର ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକମାନେ ରବିବାର ଏକ ଘଣ୍ଟା ଶ୍ରମଦାନରେ ଅଂଶଗ୍ରହଣ କରିଥିଲେ।
ହରିୟାଣାର ଫିଟନେସ ଇନଫ୍ଲୁଏନ୍ସର୍ ଅଙ୍କିତ ବାୟାନପୁରିଆଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଏହି ସ୍ବଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ। ସେ ଏହାର ଭିଡିଓକୁ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ସ୍ବଚ୍ଛତା ଅଭିଯାନ ଅଧୀନରେ ଶ୍ରମ ଦାନ କରୁଥିବା ଦେଖିବାକୁ ମିଳିଛି। ସେ ଭିଡିଓରେ ଚଟାଣ ସଫା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।
ଭିଡିଓ ଶେୟାର କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଆଜି ଯେତେବେଳେ ଦେଶ ସ୍ବଚ୍ଛତା ଉପରେ ଧ୍ୟାନ ଦେଉଛି, ଅଙ୍କିତ ବାଏନପୁରିଆ ଏବଂ ମୁଁ ମଧ୍ୟ ଏହା କରିଛୁ। ସ୍ବଚ୍ଛତା ବ୍ୟତୀତ ଆମେ ଏଥିରେ ଫିଟନେସ ଏବଂ ଖୁସି ମଧ୍ୟ ସାମିଲ କରିଛୁ। ଏସବୁ ଏକ ସ୍ବଚ୍ଛ ଏବଂ ସୁସ୍ଥ ଭାରତ ଚିନ୍ତାଧାରା ସହିତ ଜଡିତ।
‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ନାଗରିକଙ୍କୁ ସ୍ବଚ୍ଛତା ପାଇଁ ଅକ୍ଟୋବର ୧ରେ ଏକ ଘଣ୍ଟା ଶ୍ରମଦାନ କରିବାକୁ ନିବେଦନ କରିଥିଲେ। ଏହା ବାପୁଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ପାଇଁ ଏହା ଏକ ସ୍ବଚ୍ଛ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
Today, as the nation focuses on Swachhata, Ankit Baiyanpuriya and I did the same! Beyond just cleanliness, we blended fitness and well-being also into the mix. It is all about that Swachh and Swasth Bharat vibe! @baiyanpuria pic.twitter.com/gwn1SgdR2C
— Narendra Modi (@narendramodi) October 1, 2023