ଭାକ୍ସିନର ଦ୍ୱିତୀୟ ଡୋଜ୍‌ ନେଲେ ମୋଦି

ନୂଆଦିଲ୍ଲୀ,୮।୪: ଦେଶରେ ଲଗାତର ଭାବେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କୋଭିଡର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଏନେଇ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ସୂଚନା ଦେଇଛନ୍ତି। ଟିକା ନେବା ପାଇଁ ଦେଶବାସୀଙ୍କୁ ମୋଦି ନିବେଦେନ କରିଛନ୍ତି। ଏଥିସହ ସେ କହିଛନ୍ତି, କୋଭିଡକୁ ହରାଇବା ପାଇଁ ବିଭିନ୍ନ ଉପାୟ ରହିଛି ସେଥିମଧ୍ୟରୁ ଟିକା ହେଉଛି ଅନ୍ୟତମ। ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବା ଆବଶ୍ୟକ। ସୁଚନାଯୋଗ୍ୟ, ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଗୁରୁବାର ସକାଳେ ପୁଡୁଚେରୀର ନର୍ସ ପି.ନିବେଦା ମୋଦିଙ୍କୁ ଏହି ଟିକା ଦେଇଛନ୍ତି। ସେହି ସମୟରେ ପଞ୍ଜାବର ଆଉ ଜଣେ ନର୍ସ ନିଶା ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ମାର୍ଚ୍ଚ ୧ରେ ମୋଦି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଟିକା ନେଇଥିଲେ। ଏବେ ମାସେ ପରେ ପୁଣି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଟିକା ନେଇଛନ୍ତି।

 

Share