Categories: ଜାତୀୟ

ରୁଷିଆ ସହ ବଢିବ ସୁସମ୍ପର୍କ: ଫୋନ କରି ପୁଟିନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୭: ସମ୍ବିଧାନ ସଂଶୋଧନକୁ ନେଇ ରୁଷିଆରେ ହୋଇଥିବା ଭୋଟିଂରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ବହୁମତ ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିବା ପରେ ଏହା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଜୟକୁ ୭୫ ବର୍ଷ ପୂରଣ ଅବସରରେ ଆୟୋଜିତ ସମାରୋହର ସଫଳତା ଓ ରୁଷ ସମ୍ବିଧାନ ସଂଶୋଧନକୁ ନେଇ ହୋଇଥିବା ଭୋଟିଂର ସଫଳତାକୁ ନେଇ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ମହାମାରୀକୁ ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। ତେବେ ଦୁଇ ଦେଶ ମଧ୍ୟରେ ଆଗକୁ ସମ୍ପର୍କ ମଜଭୁତ ରହିବ ବୋଲି ମଧ୍ୟ ଦୁଇ ନେତା ସହମତି ପ୍ରକାଶ କରିଛନ୍ତି। ମୋଦିଙ୍କ ଫୋନ୍‌ କଲ୍‌ ପାଇବା ପରେ ପୁଟିନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share