Categories: ଜାତୀୟ

ମିରଟରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ମିରଟ,୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ‘ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କରିଛନ୍ତି । ଉତ୍ତର ପ୍ରଦେଶର ଶରଧାନା ସହରର ସଲାୱା ଓ କାଇଲି ଗାଁରେ ୭୦୦ କୋଟି ଟଙ୍କା ବ୍ୟୟରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ । ହକି ତାରକା ଧ୍ୟାନଚାନ୍ଦଙ୍କ ନାମ ଅନୁସାରେ ଏଡା ନାମିତ କରାଯାଇଛି । ଶିଳାନ୍ୟାସ ଉତ୍ସବରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ବି ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୯୧.୩୮ ଏକର ପରିମିତ ଜମିରେ ୭୦୦ କୋଟି ଟଙ୍କା ବ୍ୟୟରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଉଛି । ଏଥିରେ ୫୪୦ ପୁରୁଷ, ୫୪୦ ମହିଳା ସମେତ ୧୦୮୦ ଖେଳାଳିଙ୍କ ପ୍ରଶିକ୍ଷଣର ବ୍ୟବସ୍ଥା ରହିବ । ଏଥିରେ ଶୁଟିଂ, ସ୍କେ୍ୱøଶ, ଜିମନାଷ୍ଟିକ, ୱେଟଲିପ୍ଟିଂ, ତୀରଚାଳନା ସହିତ ଅନ୍ୟାନ୍ୟ ଖେଳ ସୁବିଧା ରହିବ ।
ଶିଳାନ୍ୟାସ ଉତ୍ସବରେ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପୂର୍ବରୁ ଏଠାରେ ବେଆଇନ ଭାବେ ମାଫିଆମାନେ ଖେଳ ଖେଳୁଥିଲେ । ଅପରାଧୀମାନେ ଖେଳ ଖେଳୁଥିଲେ । ଭୟରେ ଲୋକେ ପଳାୟନ କରୁଥିଲେ । ଲୋକଙ୍କ ଘର ଜଳାଇ ଦିଆଯାଉଥିଲା ଯାହା ଏବେବି ଜନତାଙ୍କର ମନେ ଅଛି । ଯାହା ପୂର୍ବ ସରକାରଙ୍କ ଅମଳରେ ହେଉଥିଲା । ହେଲେ ଏବେ ଯୋଗୀ ସରକାରଙ୍କ ଶାସନରେ ମାଫିଆମାନେ ଜେଲରେ ଖେଳ ଖେଳୁଛନ୍ତି । ୫ ବର୍ଷ ପୂର୍ବେ ମିରଟରେ ଝିଅମାନେ ରାତିରେ ଘରୁ ବାହାରିବାକୁ ଡରୁଥିଲେ । ହେଲେ ଏବେ ମିରଟର ଝିଅ ସାରା ବିଶ୍ୱରେ ନାଁ କମାଉଛନ୍ତି ।

 

Share