Categories: ଜାତୀୟ

ବିଶ୍ୱ ପରିବେଶ ଦିବସରେ ‘ମାଟି ବଞ୍ଚାଅ ଅଭିଯାନ’ରେ ସାମିଲ ହେବେ ମୋଦି

ନୂଆଦିଲ୍ଲୀ,୫ ।୬: ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମାଟି ବଞ୍ଚାଅ’ ବା ସେଭ ସଏଲ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ସକାଳ ୧୧ଟାରେ ବିଜ୍ଞାନ ଭବନର ଏହି କାର୍ଯ୍ୟକମର ଆୟୋଜନ କରାଯାଇଛି । ଏହି ଅବସରରେ ମୋଦି ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ । ତେବେ ବିଗିଡି ଯାଉଥିବା ମାଟିର ସ୍ୱାସ୍ଥ୍ୟ ଓ ଏସର୍ମ୍ପକରେ ସଚେତନା ସୃଷ୍ଟି ଉପରେ କାର୍ଯ୍ୟକ୍ରମରେ ଧ୍ୟାନ ଦିଆଯିବ ।
ମାର୍ଚ୍ଚ ୨୦୨୨ରେ ସଦଗୁରୁଙ୍କ ଦ୍ୱାରା ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ଏଥିପାଇଁ ସେ ୨୭ ଦେଶ ମଧ୍ୟରେ ୧୦୦ ଦିନିଆ ଯାତ୍ରା ଆରମ୍ଭ କରିଥିଲେ । ରବିବାର ହେଉଛି ଏହାର ୭୫ ଦିନ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ଭାରତରେ ମୃତ୍ତିକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ହସଭାଗୀ ଚିନ୍ତାଧାରା ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।

Share