Categories: ଜାତୀୟ

ନୀତି ଆୟୋଗ ବୈଠକରେ ଯୋଗ ଦେବେନାହିଁ ନୀତୀଶ, କେସିଆର କଲେ ବହିଷ୍କାର

ନୂଆଦିଲ୍ଲୀ,୭ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୀତି ଆୟୋଗର ଗର୍ଭନିଂ କାଉନସିଲର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିବେ । ନୀତି ଆୟୋଗର ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗ ଦେବେ ନାହିଁ ବୋଲି ଜଣାପଡିଛି । ଏହାସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ବୈଠକକୁ ବହିଷ୍କାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଫସଲଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଅନେକ ଭିନ୍ନ ଭିନ୍ନ ବିଷୟ ଉପରେ ଚର୍ଚ୍ଚା କରିବେ । ସନ୍ଧ୍ୟା ୭ଟାରେ ନୀତି ଆୟୋଗର ଉଧ୍ୟକ୍ଷ ପ୍ରେସ କନଫରେନ୍ସ କରିବେ ।
ଦେଶ ସ୍ୱାଧିନତାର ୭୫ ତମ ବାର୍ଷିକୀ ପାଳନ କରୁଛି । ଏହି ଅବସରରେ ରାଜ୍ୟଗୁଡିକ ସୁସ୍ଥ, ନମନୀୟ ଓ ଆତ୍ମନିର୍ଭରଶୀଳ ହେବା ସହ ସହଯୋଗୀ ସଂଘିୟତା ଆଭିମୁଖ୍ୟରେ ‘ଆତ୍ମନିର୍ଭରଶୀଳ ଭାରତ’ ଆଡକୁ ଗତି କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏକ ସ୍ଥିର, ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଭାରତ ଗଠନ ଦିଗରେ ରବିବାର ନୀତି ଆୟୋଗର ପରିଚାଳନା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଏହି ବୈଠକର ଅଧ୍ୟକ୍ଷତା କରିବେ ।

Share