Categories: ଜାତୀୟ

ଆଜି ମଧ୍ୟପ୍ରଦେଶ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ କରିବେ ମୋଦି

ଭୋପାଲ,୧୩।୫: ମଧ୍ୟପ୍ରଦେଶ ଷ୍ଟାର୍ଟଅପ ସମ୍ମିଳନୀ ଶୁକ୍ରବାର ସଂଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ କରିବେ। ଏଥିସହ ସେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ। ଏହି ପୋର୍ଟାଲ ଷ୍ଟାର୍ଟଅପ ଇକୋ ବ୍ୟବସ୍ଥାପନାକୁ ସହଜ ଓ ଉନ୍ନତ କରିବାରେ ସାହାଯ୍ୟ କରିବ। ତେବେ ଷ୍ଟାର୍ଟଅପ ସମ୍ମିଳନୀରେ ଷ୍ଟାର୍ଟଅପ ଇକୋ ବ୍ୟବସ୍ଥାପନା ସହିତ ଯୁକ୍ତ ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି।

Share