ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ପ୍ରଥମଥର କଥା ହେବେ ମୋଦି

ନୂଆଦିଲ୍ଲୀ,୭ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୨ ଦିନରେ ପହଞ୍ଚିଛି । ହେଲେ ଏହାର କୌଣସି ସମାଧାନର ବାଟ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ଲାଗି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନ୍‌ସ୍କିଙ୍କ ସହ ଫୋନ ଯୋଗେ କଥା ହେବେ । ତେବେ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବା ଓ ଯୁ୍‌ଦ୍ଧର ସମାଧାନକୁ ନେଇ ମୋଦି କଥା ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ କଥା ହୋଇ ସାରିଛନ୍ତି । ହେଲେ ରୁଷିଆ ଏପର୍ଯ୍ୟନ୍ତ ଯୁଦ୍ଧ ବିରତି ଘୋଷଣା କରି ନାହିଁ ।

Share