Categories: ଜାତୀୟ

ଆଜି ଗୁଜୁରାଟ ଯିବେ ମୋଦି

ଗାନ୍ଧିନଗର,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଯିବେ। ଏହି ଅବସରରେ ପୂର୍ବାହ୍ନ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପରିଦର୍ଶନକରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପରେ ଅପରାହ୍ନ ପ୍ରାୟ ୪ ଟାରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ପ୍ରସଙ୍ଗରେ ଆଲୋଚନା କରିବେ । ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ସମବାୟ ସଂସ୍ଥାରୁ ୭,୦୦୦ ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ । ଏହାସହ କଲୋଲର ଇଫକୋ ଠାରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦ୍‌ଘାଟନ କରିବେ ।

Share