Categories: ଜାତୀୟ

କେଦାରନାଥରେ ରୁଦ୍ରାଭିଷେକ କଲେ ମୋଦି

ରୁଦ୍ରପ୍ରୟାଗ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲାର କେଦାରନାଥ ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ ସେ ଆଳତି କରିବା ସହ ରୁଦ୍ରାଭିଷେକ ବି କରିଛନ୍ତି । ଏହାସହ ଆଦି ଶଙ୍କରାଚାର୍ଯ୍ୟଙ୍କର ଏକ ପ୍ରତିମୂର୍ତ୍ତିକୁ ମନ୍ଦିର ପରିସରରେ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ୧୨ ଫୁଟ ଉଚ୍ଚତା ଓ ୩୫ ଟନ ଓଜନର ଏହି ମୂର୍ତ୍ତିକୁ ମନ୍ଦିର ପରିସରରେ ସ୍ଥାପନ କରାଯାଇଛି । ଏହାସହ ଶଙ୍କରାଚର୍ଯ୍ୟଙ୍କ ସମାଧି ସ୍ଥଳର ବି ଲୋକର୍ପଣ କରାଯାଇଛି । ଯାହା ୨୦୧୩ରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କ୍ଷତିଗ୍ରସ୍ତ ହୋଇଥିଲା । କେବଳ ସେତିକି ନୁହେଁ ମୋଦି ସେଠାରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।

Share