Categories: ଜାତୀୟ

ଅଗଷ୍ଟ ୧ରେ ପୁଣେ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇବେ ମୋଦି

ନୂଆଦିଲ୍ଲୀ,୩୦।୭: ଅଗଷ୍ଟ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ପୁଣେ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ। ଏହାସହ ସେ ବିଭିନ୍ନ ବିକାଶ ପରିଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ରବିବାର ଏକ ବୟାନରେ କହିଛି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଲକ ରାଷ୍ଟ୍ରୀୟ ପୁରସ୍କାର ବି ଗ୍ରହଣ କରିବେ।

ପୁଣେ ମେଟ୍ରୋର ପ୍ରଥମ ଦୁଇଟି କରିଡରର ଶେଷ ହୋଇଥିବା ବିଭାଗରେ ସେବା ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖଶଇ ଶୁଭାରମ୍ଭ କରିବେ। ଏହା ଫୁଗୁୱାଡି ଷ୍ଟେଶନରୁ ସିଭିଲ କୋର୍ଟ ଷ୍ଟେଶନ ଏବଂ ଗାରଓ୍ବାରେ କଲେଜ ଷ୍ଟେଶନରୁ ରୁବି ହଲ କ୍ଲିନିକ ଷ୍ଟେଶନ ପର୍ଯ୍ୟନ୍ତ ରହିବ। ପ୍ରଧାନମନ୍ତ୍ରୀ ମଧ୍ୟ ୨୦୧୬ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ମେଟ୍ରୋ ଟ୍ରେନ୍‌ ପୁଣେ ସହରର ଶିବାଜୀ ନଗର, ସିଭିଲ କୋର୍ଟ, ପୁଣେ ମ୍ୟୁନିସିପାଲିଟି କର୍ପୋରେସନ ଅଫିସ, ପୁଣେ ଆରଟିଓ ଏବଂ ପୁଣେ ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂଯୋଗ କରିବ।

Share