ବାଇଡେନଙ୍କ ସହ ପ୍ରେସ କନଫରେନ୍ସ କରିବେ ମୋଦି, ଦୁଇଟି ପ୍ରଶ୍ନର ଦେବେ ଉତ୍ତର

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଅଛନ୍ତି। ଜୁନ ୨୧ରେ ସେ ଆମେରିକାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡଇ ଜିଲ ବାଇଡେନଙ୍କୁ ଭେଟିଛନ୍ତି। ଏହାପରେ ବାଇଡେନ ଫ୍ୟାମିଲି ଷ୍ଟେଟ ଡିନରର ଆୟୋଜନ କରିଥିଲେ। ଏବେ ଉଭୟ ନେତା ପ୍ରେସ କନଫରେନ୍ସ କରିବେ ବୋଲି ଜଣାପଡିଛି।

ଏକ ରିପୋର୍ଟ ଅନୁଯାୟୀ, ଉଭୟ ଦେଶର ନେତା ହ୍ବାଇଟ ହାଉସରେ ଏକ ଖବରଦାତା ସମ୍ମିଳନୀ କରିବେ। ହ୍ବାଇଟ ହାଉସ ପକ୍ଷରୁ ଏଡି ସୂଚନା ଦିଆଯାଇଥିବା ବେଳେ ଏହାକୁ ଏକ ବଡ ଡିଲ ବୋଲି କହିଛି। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ମୁଖପାତ୍ର ଜନ କିର୍ବି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ଯାତ୍ରା ଶେଷରେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେବେ। ଆମେ ଭାବୁଛୁ ଏହା ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଖୁସି ଯେ ମୋଦି ମଧ୍ୟ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରନ୍ତି।
ଖବରଦାତା ସମ୍ମିଳନୀରେ କେବଳ ଦୁଇଟି ପ୍ରଶ୍ନ ପଚରା ଯିବ ବୋଲି ଜନ କିର୍ବି କହିଛନ୍ତି। ଆମେରିକୀୟ ଗଣମାଧ୍ୟମର ଗୋଟିଏ ପ୍ରଶ୍ନ ଏବଂ ଜଣେ ଭାରତୀୟ ସାମ୍ବାଦିକଙ୍କ ଗୋଟିଏ ପ୍ରଶ୍ନ ଏଥିରେ ଅନ୍ତର୍ଭୁକ୍ତ ହେବ।

Share