ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକ: ଏଲନ ମସ୍କ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ଟେସଲାର ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଏଲନ ମସ୍କ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ, ଯିଏ ଭାରତ ପାଇଁ ସଠିକ୍‌ କାର୍ଯ୍ୟ କରିବାକୁ ଚାହାନ୍ତି। ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ସାକ୍ଷାତ ପରେ ଏଲନ ମସ୍କ ଗଣମାଧ୍ୟମକୁ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ପ୍ରକୃତରେ ଭାରତ ପ୍ରତି ବହୁତ ଧ୍ୟାନ ଦିଅନ୍ତି ଏବଂ ଦେଶରେ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗ କରିବାକୁ ଟେସଲାକୁ ଉତ୍ସାହିତ କରୁଛନ୍ତି।

Share