ରିଗନ ସେଣ୍ଟରରେ ଭାରତୀୟଙ୍କୁ ଦେଖି ମିନି ଇଣ୍ଡିଆ କହିଲେ ପ୍ରଧାନମନ୍ତ୍ରୀ ମୋଦି , ଏଚ୍‌୧-ବି ଭିସା ଉପରେ ଦେଲେ ବଡ଼ ଅପ୍‌ଡେଟ

ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ସେଠାରେ ଲକ୍ଷ ଲକ୍ଷ ଭାରତୀୟ ଆଗ୍ରହର ସହ ଅପେକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ୱାଶିଂଟନ ଡିସିର ରୋନାଲଡ ରିଗନ ସେଣ୍ଟରରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆପଣମାନେ ଏହି ହଲକୁ ଭାରତର ସମ୍ପୂର୍ଣ୍ଣ ମାନଚିତ୍ରରେ ପରିଣତ କରିଛନ୍ତି। ମିନି ଇଣ୍ଡିଆ ଭଳି ଦେଖାଯାଉଛି। ଆମେରିକାରେ ଭାରତର ଏପରି ସୁନ୍ଦର ଚିତ୍ର ଦେଖାଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।

ଏହି ସମୟରେ ପିଏମ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତ-ଆମେରିକା ସହଭାଗିତାକୁ ଏକ ନୂତନ ଉଚ୍ଚତାକୁ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ବାଇଡେନ ଜଣେ ସ୍ଥିର ତଥା ଅଭିଜ୍ଞ ରାଜନେତା। ଏହି ତିନି ଦିନ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ସମ୍ପର୍କର ଗୌବମୟ ଯାତ୍ରା ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆପଣଙ୍କୁ ଏଚ୍‌ ୧- ବି ଭିସା ଭିସା ନବୀକରଣ କରିବାକୁ ଆମେରିକା ବାହାରେ ଯିବାକୁ ପଡିବ ନାହିଁ। ଆମେରିକାରେ ରହୁଥିବାବେଳେ ଏଚ୍‌ ୧- ବ ଭିସା ବର୍ତ୍ତମାନ ନବୀକରଣ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଚଳିତ ବର୍ଷ ସିଆଟେଲରେ ଏକ ନୂତନ କନସୁଲେଟ ଖୋଲିବାକୁ ଯାଉଛି। ଏହା ବ୍ୟତୀତ ଆମେରିକାର ଆଉ ଦୁଇଟି ସହରରେ ଭାରତୀୟ କନସୁଲେଟ ଖୋଲାଯିବ।

Share