ବାଇଡେନଙ୍କ କଥା ଶୁଣି ହସି ହସି ବେଦମ ହେଲେ ମୋଦି

ଓ୍ବାଶିଂଟନ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ ହାଉସରେ ଆୟୋଜିତ ଷ୍ଟେଟ ଡିନରରେ ସାମିଲ ହୋଇଛନ୍ତି, ଯାହାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡି ଜିଲ ବାଇଡେନ ହୋଷ୍ଟ କରିଥିଲେ। ଷ୍ଟେଟ ଡିନରର ମେନ୍ୟୁରେ ମ୍ୟାରିନେଟେଡ ମିଲେଟଠୁ ନେଇ ଗ୍ରିଲ୍ଡ କର୍ନ କର୍ନେଲ ସାଲାଡ ପର୍ଯ୍ୟନ୍ତ ବହୁତ ଡିସେସ ସାମିଲ ଥିଲା। ଷ୍ଟେଟ ଡିନରରେ ପ୍ରାୟ ୪୦୦ ଅତିଥି ସାମିଲ ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ବାଇଡେନ ହାଲକା-ଫୁଲକା ଥଟ୍ଟା ପସିହାସ ହେଉଥିବା ଦେଖାଯାଇଥିଲା। ଆମେରିକା ରାଷ୍ଟ୍ରପତି ଆଲକୋହଲ ବିନା ଟୋଷ୍ଟ କରିବାକୁ ନେଇ ମୋଦିଙ୍କ ସହ ମଜା କରିଥିଲେ।
ଆମେରିକାର ରାଷ୍ଟ୍ରପତି ତାଙ୍କ ଜେଜେବାପାଙ୍କ ପରାମର୍ଶ ବିଷୟରେ କହିଥିଲେ, ଯେ ମୋର ଜେଜେବାପା କହୁଥିଲେ ଯଦି ଆପଣଙ୍କ ଗ୍ଲାସରେ ମଦ ନାହିଁ, ତେବେ ଆପଣ ବାମ ହାତରେ ଟୋଷ୍ଟ କରିବା ଉଚିତ। କେବଳ ଏତିକି ନୁହେଁ, ସେ ଆହୁରି କହିଛନ୍ତି ଯେ ଆପଣମାନେ ସମସ୍ତେ ଅନୁଭବ କରୁଛନ୍ତି ଯେ ମୁଁ ଥଟ୍ଟା କରୁଛି, କିନ୍ତୁ ତାହା ନୁହେଁ । ଏହି ସମୟରେ ରାଷ୍ଟ୍ରପତି କହିଛନ୍ତି ଯେ ଆମେ ଦୁହେଁ ମଦ୍ୟପାନ କରୁନାହୁଁ ଏହା ଏକ ଖୁସି ଖବର। ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ହସିବା ବନ୍ଦ କରି ପାରିଲେ ନାହିଁ ଏବଂ ଖୋଲାଖୋଲି ଭାବରେ ହସିବାକୁ ଲାଗିଲେ।

Share