Categories: ଜାତୀୟ

ଆଜି ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତ, ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନମଣ୍ଡଳୀ ବାରାଣାସୀ ଗସ୍ତ କରିବେ। ରାଜାତାଲାବ ନିକଟ ଗଞ୍ଜାରୀରେ ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିବା ସହିତ ଏକ ସାଧାରଣ ସଭା ମଧ୍ୟ କରିବେ ଏବଂ ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନ ପ୍ରଚାରର ଅଭିଯାନ ଆରମ୍ଭ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କାଶୀ ସମେତ ୧୬ ଟି ଅଟଳ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କରିବେ।

ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୧୫୬୫ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉପହାର ଦେବେ। ଏହାର ପ୍ରସ୍ତୁତି ଶେଷ ହୋଇଛି। ପିଏମ୍‌ଓରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ବାରାଣାସୀରେ ପ୍ରାୟ ୬ ଘଣ୍ଟା ରହିବେ। ଅପରାହ୍ନ ୧୨:୩୦ରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ଗଞ୍ଜାରୀରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିବେ। ୪୫୦ କୋଟି ଟଙ୍କା ବ୍ୟୟରେ ଏହି କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯାଉଛି। ସେ ଏଠାରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ।

Share