Categories: ଜାତୀୟ

୨୩ ସେପ୍ଟେମ୍ବରରେ କାଶୀ ଯିବେ ପ୍ରଧାନମନ୍ତ୍ରୀ, ୧୦୦୦ କୋଟି ପ୍ରକଳ୍ପର ଦେବେ ଉପହାର

ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୩ରେ କାଶୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କାଶୀକୁ ଏକ ବଡ଼ ଉପହାର ଦେବେ। ବାରାଣାସୀ କମିଶନର ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି କାଶୀରେ ପ୍ରାୟ ୩ ଘଣ୍ଟା ରହିବେ। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭୂମି ପୂଜନଙ୍କ ସହ ଅଟଳ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ ଏବଂ ଜନପଦରେ ଚାଲିଥିବା କାଶୀ ସାଂସଦ ସାଂସ୍କୃତିକ ମହୋତ୍ସବର ସମାପନ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ମଧ୍ୟରେ ବାରାଣାସୀ ୧୦୦୦କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉପହାର ପାଇବାକୁ ଯାଉଛି।

Share