Categories: ଜାତୀୟ

ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି

ଡେରାଡୁନ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୮.୩୦ ସମୟରେ କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ କେଦାର ବାବାଙ୍କୁ ପ୍ରାର୍ଥନା କରି ଭଗବାନ ଶିବଙ୍କ ରୁଦ୍ରାଭିଷେକ ମଧ୍ୟ କରିଥିଲେ। ଏହା ପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିସ୍ଥଳରେ ପରିଦର୍ଶନ କରିଥିଲେ। ଏହି ସମୟରେ ମୋଦି ହିମାଚଳ ପ୍ରଦେଶର ସ୍ବତନ୍ତ୍ର ଚୋଲା ଡୋରା ପୋଷାକ ପିନ୍ଧିଥିଲେ। ଏହାକୁ ଚାମ୍ବା ସହରର ଜଣେ ମହିଳା ନିଜ ହାତରେ ତିଆରି କରନ୍ତି । ନିକଟରେ ମୋଦିଙ୍କ ହିମାଚଳ ଗସ୍ତ ସମୟରେ ତାଙ୍କୁ ଏହି ଉପହାର ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀ ୯୪୬ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ସୋନପ୍ରୟାଗ- କେଦାରନାଥ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୧.୩୦ରେ ବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ।

Share