Categories: ଜାତୀୟ

ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୨୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳ ୧୦ଟାରେ ଦେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର କରୋନା ଟିକାକରଣରେ ୧୦୦କୋଟି ଡୋଜ୍ ଅତିକ୍ରମ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, କରୋନା ମହାମାରୀ ସହ ଲଢିବାକୁ ଟିକା ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି । ଏହି ଟିକାକରଣ ବିଭିନ୍ନ ଦେଶରେ ଚାଲିଥିବା ବେଳେ ଭାରତ କିନ୍ତୁ ଏ ଦିଗରେ ଇତିହାସ ରଚିଛି । ପାଖାପାଖି ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ୧୦୦କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏହି ଟିକା ଦିଆ ସରିଲାଣି । ଏହି ଅବସରରେ ବିଭିନ୍ନ ଦେଶ ଭାରତକୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦି ଦେଶବାସୀ ତଥା ସ୍ୱାସ୍ଥ୍ୟକର୍ମୀ, ବିଶେଷଜ୍ଞ ଓ ଫ୍ରଣ୍ଟଲାଇନ୍ ୱାରିୟର୍ସଙ୍କୁ ଧନ୍ୟବାଦ ଜଣାଇଥିଲେ ।

Share