Categories: ଜାତୀୟ

ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୬: ଜୁନ ୨୧ ଅର୍ଥାତ୍‌ ସୋମବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଭାରତ ସମେତ ଅନେକ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି ଆସନ୍ତାକାଲିର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି ଯେ, ଆସନ୍ତାକାଲି ଜୁନ ୨୧ରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ। ଏହି ବର୍ଷର ବିଷୟବସ୍ତୁ ହେଉଛି ‘ସୁସ୍ଥତା ପାଇଁ ଯୋଗ ’(Yoga For Wellness), ଯାହା ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦେଇଥାଏ। ସେ କହିଛନ୍ତି ଯେ, ସେ ଯୋଗ ଦିବସ କାର୍ଯ୍ୟକ୍ରମକୁ ଆସନ୍ତାକାଲି ସକାଳ ପ୍ରାୟ ୬.୩୦ ସମୟରେ ସମ୍ବୋଧିତ କରିବେ।

ସୂଚନାଯୋଗ୍ୟ, ୨୧ ଜୁନ ୨୦୧୫ରେ, ସମଗ୍ର ବିଶ୍ୱରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ଏଥିରେ ପ୍ରାୟ ୩୬,୦୦୦ ଲୋକ ଅଂଶଗ୍ରହଣ କରିଥିଲେ। ଏଥିସହ ପ୍ରାୟ ୮୪ଟି ଦେଶର ପ୍ରତିନିଧି ମଧ୍ୟ ଯୋଗର ୨୧ ଆସନ ପ୍ରଦର୍ଶନ କରିଥିଲେ। ଏହି କରୋନା ଅବଧିରେ ଯୋଗ ସୁସ୍ଥ ରହିବାରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

Share