Categories: ଜାତୀୟ

୧୦ ଦିନରେ ୪ଥର ୟୁପି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜାନୌତିକ ଦଳ ଗୁଡିକ ସେହି ଅନୁଯାୟୀ ଆକ୍ଟିଭ ହେଉଥିବା ଦଖାଯାଉଛି । ଗତ କିଛି ଦିନ ହେବ ୟୁପି ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବି ସକ୍ରିୟ ରହିଛନ୍ତି । ଏବେ ମିଳିଥିବା ସୂଚନାରୁ ଜଣାପଡିଛି କି ଆସନ୍ତା ୧୦ ଦିନ ମଧ୍ୟରେ ମୋଦି ୪ ଥର ଉତ୍ତର ପ୍ରଦେଶ ଗସ୍ତ କରିପାରନ୍ତି । ଅର୍ଥାତ୍ ୧୮-୨୮ ଡିସମ୍ବର ମଧ୍ୟରେ ମୋଦିଙ୍କ ଉତ୍ତର ପ୍ରଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି । ୧୮ ଡିସେମ୍ବରରେ ମୋଦି ଶାହାଜାହାନପୁର ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିବେ । ଏହା ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ପରିଯୋଜନା ଯାହା ୬ ଲେନ ବିଶିଷ୍ଟ ହେବ । ଏହାପରେ ମୋଦି ପୁଣିଥରେ ୨୧ ଡିସେମ୍ବରରେ ୟୁପିର ପ୍ରୟାଗରାଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଢେଇ ଲକ୍ଷ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ସତ ହେଲେ ଏହା ଏପର୍ଯ୍ୟନ୍ତ ଅଫିସିୟାଲି ଘୋଷଣା କରଯାଇ ନାହିଁ । ପୁଣିଥରେ ୨୩ ଡିସେମ୍ବରରେ ମୋଦି କାଶୀ ଗସ୍ତ କରିବେ । ସେଠାରେ ସେ ଲହରତାରାରୁ ମୋହନସରାୟ ପର୍ଯ୍ୟନ୍ତ ୪ ଲେନ ସଡ଼କର ଶିଳାନ୍ୟାସ କରିବେ । ଏହାପରେ ୨୮ ଡିସେମ୍ବରରେ କାନପୁର ଯାଇ ସେଠାରେ କାନପୁର ମେଟ୍ରୋର ଲୋକାର୍ପଣ କରିବେ ।

Share