Categories: ଜାତୀୟ

ନମୋ ଆପ ମାଧ୍ୟମରେ କର୍ମୀଙ୍କ ସହ ଯୋଡି ହେବେ ମୋଦି

ନୂଆଦିଲ୍ଲୀ,୨୫ ।୧: ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରା ଦେଶର ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ଭାଜପା ପକ୍ଷରୁ ସୋମବାର ତା’ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଭାଜପା ପକ୍ଷରୁ ଟୁଇଟରେ କୁହାଯାଇଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଜାନୁୟାରୀ ଦିନ ୧୧ଟାରେ ଦେଶର ଭାଜପା କର୍ମୀଙ୍କ ସହ ନମୋ ଆପ(ଅଡିଓ)ମାଧ୍ୟମରେ କଥା ହେବେ ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ଲାଗି ନିର୍ବାଚନ ହେବାକୁ ଯାଉଛି । ଉତ୍ତର ପ୍ରଦେଶର ୭ଟି ପର୍ଯ୍ୟାୟରେ ମତଦାନ କରାଯିବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟ ଓ ଉତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ଗୋଟିଏ ଲେଖାଁ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

Share