ସେପ୍ଟେମ୍ବର ୨୪ରେ ବିରାଟ କୋହଲିଙ୍କ ସହ କଥା ହେବେ ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୯: ସେପ୍ଟେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତା ମିଲିନ୍ଦ ସୋମନଙ୍କ ସହ ଆଲୋଚନା କରିବେ। ସେହି ଦିନ ଫିଟ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ପାଳନ କରାଯିବ। ଏହି ସମୟ ମଧ୍ୟରେ ଅନ୍‌ଲାଇନ୍‌ରେ ଫିଟ ଇଣ୍ଡିଆ ସମ୍ବାଦ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଫିଟନେସ ମାଧ୍ୟମରେ ଲୋକଙ୍କୁ ଉତ୍ସାହିତ କରିଥିବା ଲୋକଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେବେ। ଅନଲାଇନ ବାର୍ତ୍ତାଳାପରେ ଜଡିତ ବ୍ୟକ୍ତି ଫିଟନେସ ଏବଂ ଉତ୍ତମ ସ୍ବାସ୍ଥ୍ୟ ବିଷୟରେ ଲୋକଙ୍କୁ ଟିପ୍ସ ମଧ୍ୟ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ଫିଟ୍‌ନେସ୍‌ର ମାର୍ଗଦର୍ଶନ ଦେବେ। ଏହି ଫିଟନେସ ସମ୍ବାଦରେ ପୁଷ୍ଟିକର ଖାଦ୍ୟ, ସ୍ବାସ୍ଥ୍ୟ ଏବଂ ଫିଟନେସ ଉପରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ଫିଟ ଇଣ୍ଡିଆ ଆନ୍ଦୋଳନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ବାନ ଦିଆଯାଇଛି। ଏକ ଫିଟ ଦେଶ ଗଠନ ପାଇଁ ଫିଟ ଇଣ୍ଡିଆ ଆନ୍ଦୋଳନ ଯୋଜନା କରାଯାଇଥିଲା।

Share