Categories: ଜାତୀୟ

ଜୁଲାଇ ୧୨ରେ ଦେଓଗର ଗସ୍ତ କରିବେ ମୋଦି: ଅନେକ ଯୋଜନାର କରିବେ ଶିଳାନ୍ୟାସ

ରାଞ୍ଚି,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୨ରେ ଝାଡ଼ଖଣ୍ଡର ବିଶ୍ୱ ପ୍ରସିଦ୍ଧ ଦେବଭୂମି ଦେଓଘର ଗସ୍ତ କରିବେ। ସେଠାରେ ସେ ୧୧-୧୨ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଏଥିସହ ମୋଦି ସାନ୍ତାଳ ପରଗନାର ଲୋକଙ୍କୁ ଉପହାର ଭେଟି ଦେବେ ଜଣାପଡ଼ିଛି। ଏନେଇ ଡୁମକାରେ ଗୋଡ୍ଡାର ଏମ୍‌ପି ନିଶିକାନ୍ତ ଦୁବେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ପୂର୍ବରୁ ମୋଦି ଝାଡ଼ଖଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଉଦ୍‌ଘାଟନ କରିସାରିଛନ୍ତି। କିନ୍ତୁ ଚଳିତ ଥର ସେ ଦେଓଘରକୁ ଆସି ବାବା ବୈଦନାଥଙ୍କ ପୂଜାର୍ଚ୍ଚନା କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ବୋଲି ନିଶିକାନ୍ତ ଦୁବେ କହିଛନ୍ତି।

Share