Categories: ଜାତୀୟ

କେଜରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରବିବାର୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବହୁ ରାଜନେତା, ଦଳିୟ କର୍ମୀ ଓ ଶୁଭେଚ୍ଛୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୁଇଟ୍‌ କରି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଏହାର ପ୍ରତିଉତ୍ତରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥର କରୋନା ମହାମାରୀ ପାଇଁ ସେ ନିରାଡମ୍ବର ଭାବେ ଏହି ଦିନକୁ ପାଳନ କରିବେ ବୋଲି କହିଛନ୍ତି। ଏହାସହ ଯେଉଁମାନେ ତାଙ୍କୁ କିଛି ଉପହାର ଦେବାକୁ ଚାହୁଁଛନ୍ତି ସେମାନେ ଏହା ବଦଳରେ କରୋନା ରୋଗୀଙ୍କ ପାଇଁ ଅକ୍ସିମିଟର ଦାନ କରିବାକୁ ସେ କହିଛନ୍ତି। ଆମ ଆଦମୀ ପାର୍ଟି(ଏଏପି)ର ସମସ୍ତ କର୍ମୀଙ୍କୁ ସେ ନିଜ ନିଜ ଅଞ୍ଚଳରେ ସକ୍ଷମ ଅନୁଯାୟୀ ଅକ୍ସିମିଟର ଦାନ କରିବାକୁ ପରାମର୍ଶ ଦେଇଛନ୍ତି।

Share