Categories: ଜାତୀୟ

ସୁରସାମ୍ରାଜ୍ଞୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୮।୯: ଆଜି ସୁରସାମ୍ରାଜ୍ଞୀ ଲତା ମଞ୍ଜେସକରଙ୍କ ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଆଜି ତାଙ୍କ ପ୍ରଶଂସକଙ୍କ ସହ ଲତା ଦିଦିଙ୍କ ପାଇଁ ଏବଂ ବଲିଉଡ ପାଇଁ ମଧ୍ୟ ଏକ ବିଶେଷ ଦିନ। ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ପରିସ୍ଥିତିରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୁରସାମ୍ରାଜ୍ଞୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଟୁଇଟ୍‌ କରି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ସମ୍ମାନିତ ଲତା ଦିଦିଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ସୁମଧୁର ସ୍ବର ସମଗ୍ର ବିଶ୍ୱରେ ଗୁଞ୍ଜରଣ କରେ। ତାଙ୍କର ନମ୍ରତା ଏବଂ ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହ ଥିବାରୁ ତାଙ୍କୁ ସମ୍ମାନିତ କରାଯାଏ। ବ୍ୟକ୍ତିଗତ ଭାବରେ, ତାଙ୍କର ଆଶୀର୍ବାଦ ମହାନ ଶକ୍ତିର ଉତ୍ସ ଅଟେ। ମୁଁ ଲତା ଦିଦିଙ୍କ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି।
ସୋସିଆଲ ମିଡିଆରେ ଏହି ଟୁଇଟ ବହୁତ ଭାଇରାଲ ହେବାରେ ଲାଗିଛି। ଲତା ମଙ୍ଗେଶକର ୨୮ ସେପ୍ଟେମ୍ବର ୧୯୨୯ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଲତା ଦିଦି ତାଙ୍କ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି । ସେ ଗୀତ କ୍ଷେତ୍ରରେ ଅନେକ ସମ୍ମାନ ମଧ୍ୟ ପାଇଛନ୍ତି। ଗୀତ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ଭାରତ ରତ୍ନ, ପଦ୍ମଭୂଷଣ, ପଦ୍ମ ଭୂଷଣ ଏବଂ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଲତା ଦିଦି କୋଡ଼ିଏରୁ ଅଧିକ ଭାରତୀୟ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ।

 

Share