Categories: ଜାତୀୟ

ସ୍ବାଧୀନ ଲଢ଼ିବେ ମୋଦିଙ୍କ ଡୁପ୍ଲିକେଟ୍‌

ଲକ୍ଷ୍ନୌ,୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡୁପ୍ଲକେଟ୍‌ ଭାବେ ଜଣାଶୁଣା ଅଭିନନ୍ଦନ ପାଠକ ସ୍ବାଧୀନ ଲଢ଼ିବାକୁ ଯାଉଛନ୍ତି। ସେ ଲକ୍ଷ୍ନୌର ସରୋଜନିନଗର ଆସନରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜଣାପଡ଼ିଛି।

“ଲକ୍ଷ୍ନୌରୁ ଲଢ଼ିବା ପାଇଁ ମୁଁ ଭାଜପା ସଭାପତି ଜେପି ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟିକେଟ୍‌ ପାଇଁ ଚିଠି ଲେଖିଥିଲି। ମାତ୍ର କୌଣସି ଉତ୍ତର ମିଳି ନ ଥିଲା। ମୁଁ ଜଣେ ମୋଦି ଭକ୍ତ। ଭାଜପା ମୋତେ ଅଣଦେଖା କରିପାରେ। କିନ୍ତୁ ମୁଁ ଲଢ଼ିବି ଏବଂ ଜିତିବି। ତା’ ପରେ ଦ୍ୱିତୀୟ ଥର ଲାଗି ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ସାହାଯ୍ୟ କରିବି। ମୋଦି ଓ ଯୋଗୀ ଗୋଟିଏ ମୂଦ୍ରାର ଦୁଇ ପାର୍ଶ୍ୱ ଭଳି। ସେମାନଙ୍କ ନିଶ୍ୱାର୍ଥପର କାର୍ଯ୍ୟଶୈଳୀକୁ ମୁଁ ପ୍ରଶଂସା କରେ ” ବୋଲି ୫୬ ବର୍ଷୀୟ ପାଠକ କହିଛନ୍ତି।

Share