ନୂଆଦିଲ୍ଲୀ,୫/୧୧: ଗାଜାରେ ହମାସ ଆତଙ୍କୀଙ୍କ ଉପରେ ଇସ୍ରାଏଲଇ ସେନା ଗତ ଏକ ସପ୍ତାହ ହେବ କାର୍ୟ୍ୟାନୁଷ୍ଠାନ ଜାରି ରଖିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଆଦେଶ ପରେ ସାଇସ୍ରାଏଲଇ ଡିଫେନ୍ସ ଫୋର୍ସ(ଆଇଡିଏଫ) ଗାଜାରେ ଏହି ଅଭିଯାନ ଆରମ୍ଭ କରିଥିଲା। ତେବେ ଖବର ଅନୁସାରେ ଗାଜା ଉପରେ ପରମାଣୁ ଆକ୍ରମଣ ଏକ ବିକଳ୍ପ ରଖିଥିବା ବୟାନ ଦେବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି।
ଇସ୍ରାଏଲର ଆଣବିକ ନୀତି ଉପରେ ସରକାରରେ ସାମିଲ ଥିବା ଦକ୍ଷିଣପନ୍ଥୀ ଓଟଜମା ୟେହୁଦ ପାର୍ଟିର ମନ୍ତ୍ରୀ ଏଲିୟହୁ ହମାସ ଦ୍ୱାରା ନିୟନ୍ତ୍ରିତ ଗାଜା ପଟି ଉପରେ ପରମାଣୁ ବୋମା ପକାଇବା ଏକ ବିକଳ୍ପ ରହିଛି ବୋଲି କହିଥିଲେ। ତେବେ ସରକାରୀ ବୈଠକରେ ଆଣବିକ ଆକ୍ରମଣର ଆଲୋଚନାକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଅସନ୍ତୋଷ ପ୍ରକାଶ କରିବା ସହିତ ମନ୍ତ୍ରୀ ଏଲିୟହୁଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି।