Categories: ଜାତୀୟ

ପ୍ରଧାନମନ୍ତ୍ରୀ ଦେଶଠାରୁ ଊର୍ଦ୍ଧ୍ୱରେ ନୁହନ୍ତି

ନୂଆଦିଲ୍ଲୀ,୨୭।୧୦: “କିଏ ପେଗାସସ୍‌କୁ ଆଣିଛି ? ଏହାଦ୍ୱାରା କେଉଁ ମାନଙ୍କୁ ଟାର୍ଗେଟ କରାଯାଇଛି ? ଅନ୍ୟ କୌଣସି ଦେଶ ପାଖରେ ଆମ ଲୋକଙ୍କ ତଥ୍ୟ ଅଛି କି ? ତାଙ୍କ ପାଖରେ କେଉଁ ସବୁ ତଥ୍ୟ ଅଛି ? ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏପରି କି ଯଦି ଏହି ତଥ୍ୟ ପ୍ରଧାନମନ୍ତ୍ରୀଙ୍କ ଡେସ୍କରେ ଥାଏ, ତେବେ ଏହା ଅପରାଧ। ଆଉ ଆମେ ଏହା ବିରୋଧରେ ଲଢ଼ିବୁ। ପ୍ରଧାନମନ୍ତ୍ରୀ କଦାପି ଦେଶଠାରୁ ଊର୍ଦ୍ଧ୍ୱରେ ନୁହନ୍ତି” । ପେଗାସସ୍‌ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବା ପରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି।

ପେଗାସସ୍‌ ସ୍ବାଇଓ୍ବେର ସମ୍ପର୍କୀତ ଗୁପ୍ତଚରଗିରି ମାମଲାର ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଉଥିବା ବେଳେ କୋର୍ଟ ଚୁପଚାପ ବଶିପାରିବେ ନାହିଁ। ଗୋପନୀୟତା ପ୍ରତ୍ୟେକ ନାଗରିକଙ୍କ ଅଧିକାର ବୋଲି ସିଜେଆଇ ଏନ୍‌ ଭି ରମନାଙ୍କ ସମେତ ୩ ବିଚାରପତିକୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

Share