ଡ୍ରଗ୍ସ ଟେଷ୍ଟରେ ପ୍ରଧାନମନ୍ତ୍ରୀ ପାସ୍‌

ହେଲସିଙ୍କି,୨୪।୮: ଏକ ପାର୍ଟିରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନ୍‌ ନାଚଗୀତ କରୁଥିବାର ଫଟୋ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ସାମ୍‌ନା କରିବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ଡ୍ରଗ୍ସ ନେଇ ପାର୍ଟି କରିଥିବା ବିରୋଧୀ ଅଭିଯୋଗ ଆଣିବା ପରେ ଏହା ଗୁରୁତ୍ୱର ସହ ନେଇ ମରିନ୍‌ ନମୁନା ପରୀକ୍ଷା କରାଇଥିଲେ। ଡ୍ରଗ୍ସ ଟେଷ୍ଟରେ ସେ ସଫଳ ହୋଇଛନ୍ତି। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବିଶ୍ୱର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ୩୬ ବର୍ଷୀୟ ମରିନ୍‌ ଉକ୍ତ ପ୍ରାଇଭେଟ ପାର୍ଟିର ଏକ ଫଟୋ ପାଇଁ କ୍ଷମା ମାଗିଛନ୍ତି। ମରିନ୍‌ଙ୍କ ପାର୍ଟିରେ ଦେଶର ଦୁଇ ପରିଚିତ ମହିଳା ନିଜ ଉଲଗ୍ନ ଶରୀରରେ ‘ଫିନ୍‌ଲାଣ୍ଡ’ ଲେଖି ନାଚୁଥିବା ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋ ଉପଯୁକ୍ତ ନୁହେଁ ବୋଲି ମରିନ୍‌ କହିବା ସହ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଏହି ପାର୍ଟିରେ ସେପରି କିଛି ଅସାଧାରଣ କଥା ଘଟି ନ ଥିବା ସେ ପ୍ରକାଶ କରିଛନ୍ତି।

Share