ଚାଇନା ସାମ୍ନାରେ ନୂଆ ମାନଚିତ୍ରର ପ୍ରସଙ୍ଗ ଉଠାଇବେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ

କାଠମାଣ୍ଡୁ,୨।୯: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ବେଜିଂ ଗସ୍ତ ସମୟରେ ଚାଇନା ଦ୍ୱାରା ଜାରି ହୋଇଥିବା ନୂତନ ମାନଚିତ୍ରର ପ୍ରସଙ୍ଗ ଉଠାଇବେ। ଚାଇନା ନୂତନ ମାନଚିତ୍ରରେ କାଲାପାନି, ଲିମ୍ପିୟାଧୁରା ଏବଂ ଲିପୁଲେଖଙ୍କୁ ଭାରତୀୟ ଅଞ୍ଚଳ ଭାବରେ ଦର୍ଶାଯାଇଛି। ସିପିଏନ-ମାଓବାଦୀ କେନ୍ଦ୍ରର ଜଣେ ବରିଷ୍ଠ ନେତା ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ସିପିଏନ-ମାଓବାଦୀ କେନ୍ଦ୍ରର ମୁଖପାତ୍ର ଅଗ୍ନି ସାଫୋଟା କହିଛନ୍ତି ଯେ, ଏହି ସପ୍ତାହରେ ଚାଇନା ଦ୍ୱାରା ପ୍ରକାଶିତ ମାନଚିତ୍ର ସହ ଜଡିତ ପ୍ରସଙ୍ଗ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଉଠାଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ‘ପ୍ରଚଣ୍ଡ’ ସେପ୍ଟେମ୍ବର ୧୫ରେ ଆମେରିକା ଏବଂ ପରେ ଚାଇନା ଗସ୍ତରେ ଯିବେ। ଚାଇନା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ତଥା ଦଳର ଅଧ୍ୟକ୍ଷ ‘ପ୍ରଚଣ୍ଡ’ ଚାଇନା ନେତୃତ୍ୱଙ୍କ ସହ ଏହି ବିଷୟରେ ଆଲୋଚନା କରିବେ।

 

Share