Categories: ଜାତୀୟ

‘ଶ୍ରୀ ରାମ ଘର ଆଏ’ ଗୀତକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ: ଲୋକ ଗାୟିକା କହିଲେ, ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ

ଗାନ୍ଧୀନଗର,୭।୧: ଗୁଜରାଟର ଲୋକ ଗାୟିକା ଗୀତା ରାବାରୀଙ୍କ ଗୀତ ‘ଶ୍ରୀ ରାମ ଘର ଆଏ’ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଗୀତକୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ସେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଦିବ୍ୟ ଭବ୍ୟ ମନ୍ଦିରରେ ରାମ ଲଲାଙ୍କ ଆଗମନକୁ ଅପେକ୍ଷା ଶେଷ ହେବାକୁ ଯାଉଛି। ସାରା ଦେଶରେ ମୋର ପରିବାର ସଦସ୍ୟମାନେ ତାଙ୍କ ପ୍ରାଣ ପ୍ରତିଷ୍ଠାକୁ ଅପେକ୍ଷା କରି ରହିଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ଗୀତାବେନ ରାବାରୀ ଜୀଙ୍କର ଏହି ଭଜନ ଅତ୍ୟନ୍ତ ଭାବପ୍ରବଣ ଅଟେ।
ସୋସିଆଲ ମିଡିଆରେ ପିଏମ ମୋଦିଙ୍କଠାରୁ ପ୍ରଶଂସା ପାଇବା ପରେ ଲୋକ ଗାୟିକ ଗୀତା ରାବାରୀ କହିଛନ୍ତି, ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଆକାଉଣ୍ଟରେ ‘ଶ୍ରୀ ରାମ ଘର ଆଏ’ ଗୀତ ଶେୟାର କରିଛନ୍ତି। ସେ ସବୁବେଳେ ଭାରତର ଝିଅମାନଙ୍କୁ ଆଶୀର୍ବାଦ କରିଆସୁଛନ୍ତି। ଯଦି ଜାନୁଆରୀ ୨୨ରେ ମୁଁ ଅଯୋଧ୍ୟା ଯିବାର ସୁଯୋଗ ପାଏ, ତେବେ ମୁଁ ନିଶ୍ଚିତ ଯିବି। ଯଦି ମୁଁ ଯିବାର ସୁଯୋଗ ପାଏ ନାହିଁ, ତେବେ ମୁଁ ପରେ ମୋର ପୁରା ପରିବାର ସହିତ ରାମ ଲଲାଙ୍କୁ ଦର୍ଶନ କରିବି।
ସୂଚନାଯୋଗ୍ୟ ଯେ, ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ସମର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି।

 

Share