‘ଏମିତି ବ୍ରିଟେନ ଗଢିବି ଯେଉଁଠି ଆମ ପିଲା ଦୀପ ଜାଳି ପାରିବେ’…

ଲଣ୍ଡନ,୨୭ ।୧୦: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି । ଏହାସହ ୟୁନାଇଟେଡ କିଙ୍ଗଡମର ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ସେ ଦାୟିତ୍ୱ ସମ୍ଭାଳିଛନ୍ତି । ଋଷି ସୁନକଙ୍କ ପାଇଁ ସବୁଠାରୁ ବଡ କଥା ହେଲା ଦୀପାବଳି ଦିନ ହିଁ ସେ ପ୍ରଧାନମନ୍ତ୍ରୀ ହେବା ଘୋଷଣା କରାଯାଇଥିଲା । ବୁଧବାର ଅର୍ଥାତ୍ ୨୬ ଅକ୍ଟୋବରରେ ଋଷି ସୁନକ ୧୦ ଡାଉନିଙ୍ଗ ଷ୍ଟ୍ରିଟ ସ୍ଥିତ ତାଙ୍କ ଘରୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି ।
ଦୀପାବଳିର ଶୁଭେଚ୍ଛା ଜଣାଇ ସୁନକ କହିଛନ୍ତି, ମୁଁ ଏମିତି ଏକ ବ୍ରିଟେନ ତିଆରି କରିବି ଯେଉଁଠି ଆମର ପିଲାମାନେ, ନାତିନାତୁଣୀମାନେ ନିଜର ଦୀପ ଜାଳିପାରିବେ । ସେ ଦିୱାଳି ରିସେପଶନର ଫଟୋ ଶେୟାର କରି ଟୁଇଟରେ ଲେଖିଛନ୍ତି, ନମ୍ବର ୧୦ରେ ଆଜି ରାତିରେ ଦିୱାଲି ରିସେପଶନରେ ଆସି ବହୁତ ଖୁସି ଲାଗୁଛି । ମୁଁ ଏମିତି ଏକ ବ୍ରିଟେନ ଗଠନ କରିବାକୁ ଚାହୁଁଛି, ଯେଉଁଠି ଆମର ପିଲାମାନେ, ନାତି ନାତୁଣୀ ମାନେ ନିଜର ଦୀପ ଜାଳି ପାରିବେ ଓ ଭବିଷ୍ୟତକୁ ଆଶାର ସହ ଦେଖିପାରିବେ । ସମସ୍ତଙ୍କୁ ଦୀପାବଳିର ଶୁଭକାମନା ।

Share