Categories: ଜାତୀୟ

ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରୟାସ ଚାଲିଛି

ନୂଆଦିଲ୍ଲୀ,୭।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ୨୦ ମିନିଟ୍‌ ପାଇଁ ଏକ ଫ୍ଲାଏଓଭରରେ ଫସି ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଲାଗି କେନ୍ଦ୍ର ସରକାର ଏକ ବଡ଼ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି।

“ପଞ୍ଜାବ ଓ ପଞ୍ଜାବୀଙ୍କୁ ବଦନାମ କରିବା ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ଏହା ଏକ ପ୍ରୟାସ। ସେମାନେ ପଞ୍ଜାବ ଓ ପଞ୍ଜାବୀଙ୍କ ଉପରେ ଏତେ ବଡ଼ ଅଭିଯୋଗ ଆଣିଛନ୍ତି। ଆମକୁ ହତ୍ୟାକରୀ ଦର୍ଶାଉଛନ୍ତି। ଆମେ ଜାତୀୟତାବାଦୀ। ଆମେ ଦେଶ ପାଇଁ ଅନେକ ଯୁଦ୍ଧ ଲଢ଼ିଛୁ। କାର୍ଯ୍ୟସ୍ଥଳରେ ଆମର ଅନେକ ସଦସ୍ୟ ପ୍ରାଣ ହରାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ମୁଁ ପ୍ରଥମେ ଗୁଳି ଖାଇବାକୁ ପ୍ରସ୍ତୁତ ଥିବା ମୁଁ କହିସାରିଛି ” ବୋଲି ୪ ମାସ ହେଲା ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିବା ଚନ୍ନି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜୀବନକୁ ବିପଦରେ ପକାଇବା ଅଭିଯୋଗକୁ ଖଣ୍ଡନ କରି ଦଳିତ କଂଗ୍ରେସ ନେତା କହିଛନ୍ତି, ତୁମ ଜୀବନକୁ କେଉଁଠି ବିପଦ ଥିଲା। ତୁମର ଏକ କିଲୋମିଟର ପର୍ଯ୍ୟନ୍ତ କେହି ନ ଥିଲେ। ତୁମକୁ ପଥର ପକାଇ ନାହାନ୍ତି, ଗୁଳି କରି ନାହାନ୍ତି, କେହି ତୁମ ବିରୋଧରେ ସ୍ଲୋଗାନ ମଧ୍ୟ ଦେଉ ନ ଥିଲେ। ତୁମେ କେଉଁ ଆଧାରାରେ କହିପାରିବ, ମୁଁ ଜୀବନ ବଞ୍ଚେଇ ଫେରି ଆସିଲି। ଜଣେ ବଡ଼ ନେତାଙ୍କ ଠାରୁ ଏଭଳି ସମ୍ବେଦନଶୀଳ ମନ୍ତବ୍ୟ ଦେବା ଉଚିତ ନୁହେଁ। ଲୋକେ ତୁମକୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ କରିଛନ୍ତି। ତୁମେ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଉଚିତ ନୁହେଁ। ତୁମେ କହୁଛ, ଆମେ ଆମ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚାହୁଁଛୁ।

Share