ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଚାକିରିରୁ ଛଟେଇ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ

ଇସଲାମବାଦ,୧୨।୭: ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନ ପସନ୍ଦ ଆସିଲା ନାହିଁ ବୋଲି ଚାକିରିରୁ କରିଦେଲେ ବିଦା। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବା ମହଙ୍ଗା ପଡିଛି। ରିପୋର୍ଟ ଅନୁଯାୟୀ, ପିଟିଭି ସାମ୍ବାଦିକ ଆଜମ ଚୌଧୁରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଟିଭି ଗଣମାଧ୍ୟମ ସହ ଜଡିତ ଥିବା ଆଜମ ଅଭିଯୋଗ କରିଛନ୍ତି ଯେ, ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ମାତ୍ର କିଛି ଘଣ୍ଟା ପରେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି।

ସୂଚନା ମୁତାବକ, ଜୁନ ୩୦ରେ ପଞ୍ଜାବ ରାଜ୍ୟପାଳଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ଶେହାବାଜ ସରିଫଙ୍କ ବ୍ୟତୀତ ମନ୍ତ୍ରୀ ଇଶାକ ଦାର ଏବଂ ମରିୟମ ଔରଙ୍ଗଜେବ ଉପସ୍ଥିତ ଥିଲେ। ବୈଠକରେ ଆଜମ ଶାହାବାଜଙ୍କୁୁ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଗଣମାଧ୍ୟମରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବା ଅସମର୍ଥ। ଅଭିବ୍ୟକ୍ତିର ସ୍ବାଧୀନତା ସଂପର୍କରେ ବିରୋଧୀଙ୍କ ଦ୍ୱାରା ମଧ୍ୟ ପ୍ରଶ୍ନ ଉଠା ଯାଉଛି। ତେବେ ଏହି ପ୍ରଶ୍ନ ଶୁଣି ଶେହାବାଜ ସାମ୍ବାଦିକଙ୍କ ଉପରେ ରାଗି ଯାଇଥିଲେ।

Share